Sat. Feb 21st, 2026

ନ୍ୟୁଜ ଡେକ୍ସ : ଯୁଦ୍ଧ ଭିତ୍ତିକ ମହାପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବର୍ଡର ୨’ ମୁକ୍ତି ପାଇଁ ଆଉ କେବଳ ଦୁଇ ଦିନ ବାକି ଥିବାବେଳେ ଆଡଭାନ୍ସ ବୁକିଂରେ ଜୋରଦାର ଧମାଲ ସୃଷ୍ଟି କରିଛି। ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଓ ଆହାନ ସେଟ୍ଟୀ ଅଭିନୀତ ଏହି ଫିଲ୍ମଟି ଜାନୁଆରୀ ୨୩ ତାରିଖରେ ସାରା ଦେଶରେ ମୁକ୍ତିଲାଭ କରିବ।

ଏକ ରିପୋର୍ଟ ଅନୁଯାୟୀ, ବିତରକମାନେ ଦେଶବ୍ୟାପୀ ସିନେମା ହଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ‘ବର୍ଡର ୨’ କମରେ କମ ଦୁଇ ସପ୍ତାହ ପର୍ଯ୍ୟନ୍ତ ହଲରେ ରହିବା ଆବଶ୍ୟକ। ସିଙ୍ଗଲ୍ ସ୍କ୍ରିନରେ ସମସ୍ତ ଶୋ ଏହି ଫିଲ୍ମକୁ ଦେବା ସହ ମଲ୍ଟିପ୍ଲେକ୍ସଗୁଡ଼ିକରେ ପ୍ରତିଦିନ କମରେ କମ ୧୦ରୁ ୧୧ଟି ଶୋ ଚାଲିବା ଦାବି କରାଯାଇଛି।ତଥାପି ସିନେମା ହଲ ମାଲିକମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଉଠିଛି, କାରଣ ରଣବୀର ସିଂଙ୍କ ଅଭିନୀତ ‘ଧୁରନ୍ଧର’ ଦେଢ଼ ମାସ ପରେ ମଧ୍ୟ ଭଲ ରାଜସ୍ୱ ସଂଗ୍ରହ କରୁଛି। ଏପରି ସ୍ଥିତିରେ ‘ବର୍ଡର ୨’ କେତେକ ହଲ ପାଇଁ ଝୁମ୍ପୁରିଆ ଚୁକ୍ତି ସାବିତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି।

‘ବର୍ଡର ୨’ କେବଳ ୧୯୯୭ ମସିହାର କଲ୍ଟ କ୍ଲାସିକ୍ ‘ବର୍ଡର’ର ସିକ୍ୱେଲ୍ ନୁହେଁ, ବରଂ ଭାରତୀୟ ଦର୍ଶକଙ୍କ ମନରେ ଦେଶଭକ୍ତିର ଆଗୁନ ଜଳାଇବାକୁ ମଧ୍ୟ ପ୍ରସ୍ତୁତ। ‘କେସରୀ’ ଫେମ୍ ନିର୍ଦ୍ଦେଶକ ଅନୁରାଗ ସିଂହଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରଟି ୧୯୭୧ ଭାରତ–ପାକିସ୍ତାନ ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଆଧାର କରିଛି। ଏଥିରେ ଭାରତୀୟ ସୈନିକମାନଙ୍କ ସାହସ, ବଳିଦାନ ଓ ଦେଶପ୍ରେମକୁ ଦୃଢ଼ ଭାବରେ ପରଦାରେ ଦେଖାଯାଇଛି।ଆଡଭାନ୍ସ ବୁକିଂ ଦୃଷ୍ଟିରୁ ‘ବର୍ଡର ୨’ ସନି ଦେଓଲଙ୍କ ପୂର୍ବ ଫିଲ୍ମ ‘ଜାଟ’କୁ ମଧ୍ୟ ପଛରେ ପକାଇଛି।

ସାକନିଲ୍କ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୯ ତାରିଖରେ ପ୍ରି-ସେଲ୍ ଆରମ୍ଭ ହେବା ପରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ୧,୦୬,୮୫୫ ଟିକେଟ୍ ବିକ୍ରି ହୋଇଥିଲା। ବୁଧବାର ସକାଳ ସୁଦ୍ଧା ଫିଲ୍ମଟି ଆଡଭାନ୍ସ ବୁକିଂରୁ ୩.୪୩ କୋଟି ଟଙ୍କା ଆୟ କରିଛି।ମୁକ୍ତି ପୂର୍ବରୁ ଏଭଳି ଆକର୍ଷଣ ଦେଖି ବକ୍ସ ଅଫିସରେ ‘ବର୍ଡର ୨’ ଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସିନେ ପଣ୍ଡିତମାନେ ଆଶା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *