ନ୍ୟୁଜ ଡେକ୍ସ: ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଙ୍ଗାମା କଲେ ବିରୋଧୀ। ବିଜେଡି ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହାଲ୍ଲା ସହ ନାରାବାଜି କରିଛନ୍ତି। ଫଳରେ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।
ଗତକାଲି ଏଏସଓ ଚାକିରି ବିକ୍ରି ହୋଇଥିବା ନେଇ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ଏଏସଓ ଚାକିରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି ଆରମ୍ଭ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ହିଁ ବିଜେଡି ବିଧାୟକ ହଟ୍ଟଗୋଳ ଯୋଗୁଁ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରାଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ତେବେ ଗତକାଲି ଏଏସଓ ଚାକିରି ଉପରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ୨୫ରୁ ୩୦ ଲକ୍ଷରେ ଏଏସଓ ଚାକିରି ବିକ୍ରି ହେଉଥିଲା । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ଆଗତ କରିବା ବେଳେ ବର୍ଷିଥିଲେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ଭବିଷ୍ୟତଙ୍କ ସହ ଛଳନା କରୁଥିଲେ ପୂର୍ବ ସରକାର। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତି ଭରି ରହିଥିଲା । ଦୁର୍ନୀତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।