ନ୍ୟୁଜ ଡେକ୍ସ: ମହାରାଷ୍ଟ୍ରରେ ଆସନ୍ତକାଲି ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ବୁଧବାର ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ତେବେ ଏସବୁ ପୂର୍ବରୁ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ପଛକୁ ହଟିଥିବା ଚର୍ଚ୍ଚା ହେଉଛି ଏବଂ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିଭାଇବା ସ୍ପଷ୍ଟ ବୋଲି କିଛି ରାଜନେତା ଆଲୋଚନା କରୁଛନ୍ତି। ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ସହ ଶିବସେନା ନେତା ଏକନାଥ ସିନ୍ଧେ ଓ ଏନ୍ସିପି ନେତା ଅଜିତ୍ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।
ଆସନ୍ତାକାଲି ଅପରାହ୍ନରେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏହି ଦୁଇ ନେତା ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତାକାଲି ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିପାଇଁ ଆଜାଦ୍ ମୈଦାନକୁ ପ୍ରସ୍ତୁତ କରାଯାଉଛି ।
