Sat. Feb 21st, 2026

ନ୍ୟୁଜ ଡେକ୍ସ: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହେମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ବା ସତ୍ୟପାଠ ଅନୁଯାୟୀ ତାଙ୍କ ବୟସ ପାଞ୍ଚ ବର୍ଷ ମଧ୍ୟରେ ସାତ ବର୍ଷ ବୃଦ୍ଧି ପାଇଛି।

୨୦୧୯ରେ, ହେମନ୍ତଙ୍କ ବୟସକୁ ତାଙ୍କ ନାମାଙ୍କନ ପତ୍ରରେ ୪୨ବର୍ଷ ବୋଲି ଉଲ୍ଲେଖ କରାଯାଇଥିଲା, କିନ୍ତୁ ଏହି ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ। କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ।

ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ଏଥି ସହ ଜେଏମଏମ ନେତା ମନୋଜ ପାଣ୍ଡେ କହିଛନ୍ତି ଯେ ଜେଏମଏମ କିଛି ଲୁଚାଇ ନାହିଁ। ସମସ୍ତ ଡକ୍ୟୁମେଣ୍ଟ୍ ଦିଆଯାଇଛି । ଡକ୍ୟୁମେଣ୍ଟ ଦିଆଯିବା ପରେ ରିଟର୍ଣ୍ଣିଂ ଅଫିସର ଚୁପ୍ ରହିଲେ ଏବଂ ପରାଜୟ ପରେ ବିଜେପି ଷଡଯନ୍ତ୍ର କରୁଛି। ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି।

Leave a Reply

Your email address will not be published. Required fields are marked *