Thu. Oct 23rd, 2025

ନ୍ୟୁଜ ଡେକ୍ସ: କୋଲକାତା ଆରଜି କର ରେପ- ମର୍ଡର ମାମଲାରେ ସିୟାଲଦହ କୋର୍ଟର ବିଚାରପତି ଅନିର୍ବାଣ ଦାସ ଶନିବାର ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନେଇ ସୋମବାର ସଜ୍ଜା ଶୁଣାଇବେ କୋର୍ଟ । ମୋବାଇଲ ଟାୱାର ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

୨୦୨୪ ଅଗଷ୍ଟ ୮ ତାରିଖରେ କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିଲା । ହସ୍ପିଟାଲର କନଫରେନ୍ସ ହଲରୁ ପୀଡ଼ିତା ତଥା ଅଭୟାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲକାତା ପୋଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା । ତେବେ ଏହି ମାମଲାରେ ୧୬୧ ଦିନ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ସିଆଲଦା ସେସନ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ କରିଛନ୍ତି । ବିଚାରପତି ଜଷ୍ଟିସ୍ ଅନିର୍ବାନ ଦାସ ଅଭିଯୁକ୍ତ ସଞ୍ଜୟ ରୟକୁ ଭାରତୀୟ ନ୍ୟାୟ ସଂହିତା ଧାରା-୬୪, ଧାରା-୬୬ ଏବଂ ଧାରା-୧୦୩ରେ ଦୋଷୀ ବୋଲି ଘୋଷଣା କରିଛନ୍ତି । ଜାନୁଆରୀ ୨୦ ତାରିଖରେ ଦଣ୍ଡବିଧାନ ଶୁଣାଇବେ ଅଦାଲତ।

ସୂଚନା ଅନୁଯାୟୀ, ସିବିଆଇ ଏହି ମାମଲାରେ ଗିରଫ ଏକମାତ୍ର ଅଭିଯୁକ୍ତ ସଂଜୟ ରାୟ ପାଇଁ ମୃତ୍ୟୁ ଦଣ୍ଡ ଦାବି କରିଛି । ଏହି ଜଘନ୍ୟ କାଣ୍ଡରେ ସିବିଆଇର ଭୂମିକାକୁ ନେଇ କୋଲକାତା ଡାକ୍ତର ଲଗାତାର ପ୍ରଦର୍ଶନ କରୁଛନ୍ତି । ତଦନ୍ତରେ ଆନାବଶ୍ୟକୀୟ ବିଳମ୍ୱ ଏବଂ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ପୋଲିସ ମିଶି ସିବିଆଇ କାମ କରୁଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଏହାସହ ମାମଲାର ତଦନ୍ତ ଶୀଘ୍ର ସାରିବା ପାଇଁ ଦାବି କରିଥିଲେ । ଏବେ ପୀଡିତାକୁ ରାୟ ମିଳିଛି ।

Leave a Reply

Your email address will not be published. Required fields are marked *