ନ୍ୟୁଜ ଡେକ୍ସ : ବଲିଉଡ୍ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ନୋରା ଫତେହି ଏକ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଶନିବାର ରାତିରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ କାର୍କୁ ଜଣେ ମଦ୍ୟପ ଡ୍ରାଇଭର ଧକ୍କା ଦେଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ମଦ୍ୟପ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
ରିପୋର୍ଟ ଅନୁଯାୟୀ, ନୋରା ଫତେହି ଡେଭିଡ୍ ଗୁଏଟାଙ୍କ କନସର୍ଟରେ ପ୍ରଦର୍ଶନ କରିବା ପାଇଁ ସନବର୍ଣ୍ଣ ଫେଷ୍ଟିଭାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କାରେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ଘଟଣା ପରେ ତୁରନ୍ତ ନୋରାଙ୍କ ଟିମ୍ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା।
ସିଟି ସ୍କାନ ପରେ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ଅଭିନେତ୍ରୀଙ୍କର କୌଣସି ଗୁରୁତର ଆଘାତ ହୋଇନାହିଁ ଏବଂ ସେ ସୁରକ୍ଷିତ ଅଛନ୍ତି। ସ୍ୱାସ୍ଥ୍ୟ ସ୍ଥିର ଥିବାରୁ ନୋରା ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ସେ ଆଜି ଡେଭିଡ୍ ଗୁଏଟାଙ୍କ ଶୋ’ରେ ପ୍ରଦର୍ଶନ କରିବେ।

