ନ୍ୟୁଜ ଡେକ୍ସ: ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଜଣେ ରୋଗୀ କ୍ୟାନସରରେ ଆକ୍ରାନ୍ତ ଥିଲେ। ସେହିପରି ଅନ୍ୟ ଜଣେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି। ମୁମ୍ବାଇରେ ୨ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଘଟଣା ସାମ୍ନାକୁ ଆସିଛି ।
ଏହି ଭେରିଆଣ୍ଟରେ ଥଣ୍ଡା, ଛିଙ୍କ, କଫ ଓ ଗୋଡ଼ହାତ ବିନ୍ଧା ହେବ । ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ।ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ ।
ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟ । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
