ନ୍ୟୁଜ ଡେକ୍ସ: ମୁର୍ଶିଦାବାଦ ଦଙ୍ଗା ମାମଲାର ତଦନ୍ତ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଥିବା ପଶ୍ଚିମବଙ୍ଗ ଏସଟିଏଫ୍ ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଉଛନ୍ତି ବାନି ଇଶ୍ରାଇଲ ଓ ସୈଫୁଲ ହକ।
ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ୯ ଏମ୍ଏମ୍ ଗୁଳି ଜବତ ହୋଇଛି। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବାନି ଇସ୍ରାଏଲ ଏବଂ ସେଫାଉଲ୍ ହକ୍ । ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ଏବଂ ଖୋକା ଜବତ କରିଛି ପୋଲିସ । ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍ ।
ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।ତେବେ ବାହାରୁ ଆସିଥିବା ଅପରାଧୀଙ୍କୁ ଏଠାରେ ଲୁଚିବାକୁ ଦିଆଯିବନାହିଁ । ଅପରାଧୀଙ୍କୁ ଯିଏ ଆଶ୍ରୟ ଦେଇଥିବ ତା’ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ।
