Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା । ୯ ଦିନ ଧରି ମଣ୍ଡପରେ ଭକ୍ତଙ୍କୁ ନିଜର ଦୁର୍ଲଭ ରୂପର ଦର୍ଶନ କରାଇବା ପରେ ଆଜି ବିଦାୟ ନେବେ ମା’ ଦୁର୍ଗତୀନାଶିନୀ । ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା ମଧ୍ୟ ରହିଛି । ଏଥିପାଇଁ ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣୀ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ୍। ସେପଟେ ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର ରହିବ । ଏହି ସମୟରେ କୌଣସି ବି ଗାଡି ବାଣୀବିହାର ଦେଇ ରୂପାଲି ଛକ ଆଡକୁ ଯାଇପାରିବେ ନାହିଁ । ଏଥିପାଇଁ ଆଚର୍ଯ୍ୟ ବିହାର ଛକ ଦେଇ ଗାଡିଗୁଡିକ ଯାଇପାରିବେ । ସେହିପରି ସିଆରପି ଛକରୁ କଟକ ଯାଇଥିବା ରୁଟଟିରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିବ ।

ଏଥିପାଇଁ ଗାଡି ଚାଳକ ସିଆରପି ଛକରୁ ଏକାମ୍ର ପାର୍କ- ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ହୋଇ ଯାଇପାରିବେ । ସେପଟେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହନକୁ ଅନୁମତି ନାହିଁ । ସେପଟ ରୁଟର ଗାଡିଗୁଡିକ ନନ୍ଦନ କାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନଗୁଡିକ ଫାହାର ଷ୍ଟେସନରୁ ହିଁ ଫ୍ଲାଏ ଓଭର ଦେଇ ଯିବେ ।

Leave a Reply

Your email address will not be published. Required fields are marked *