Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜାରି ହୋଇଛି ମେ ମାସର ଜିଏସଟି ସଂଗ୍ରହ ତଥ୍ୟ। ଏହି ତଥ୍ୟ ଅନୁସାରେ ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି। ଯାହା ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ ଅଧିକ। କାରଣ ୨୦୨୪ ମେ ମାସରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି କଲେକ୍ସନ ହୋଇଥିଲା।

ଏହା ପୂର୍ବରୁ ଏପ୍ରିଲରେ ରେକର୍ଡ ସଂଖ୍ୟକ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। ସେହିପରି, ମେ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୨ ପ୍ରତିଶତ ବୃଦ୍ଧି ପାଇ ୫୧୦୮ ଟଙ୍କାରେ ପହଞ୍ଚିଛି ।ଏହା ପୂର୍ବରୁ, ଏପ୍ରିଲ ୨୦୨୫ ରେ, GST ସଂଗ୍ରହ ସର୍ବକାଳୀନ ସର୍ବାଧିକ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ଏକ ବର୍ଷ ପୂର୍ବେ ୨୦୨୪ ମେ ମାସରେ, GST ସଂଗ୍ରହ ୧ ଲକ୍ଷ ୭୨ ହଜାର ୭୩୯ କୋଟି ଟଙ୍କା ଥିଲା ।୧ ଜୁଲାଇ ୨୦୧୭ ରୁ ଦେଶରେ GST ଲାଗୁ ହେବା ପରେ ଏହା ଦ୍ୱିତୀୟ ସର୍ବାଧିକ ସଂଗ୍ରହ ଥିଲା । ମାର୍ଚ୍ଚ ୨୦୨୫ ରେ ଜିଏସଟି ସଂଗ୍ରହ ୧.୯୬ ଲକ୍ଷ କୋଟି ଟଙ୍କା ଥିଲା । ସେପଟେ ମେ ମାସରେ ରିଫଣ୍ଡ ୪ ପ୍ରତିଶତ ହ୍ରାସ ପାଇ ୨୭,୨୧୦ କୋଟି ଟଙ୍କା ହୋଇଛି।

ଏହା ପରେ ନେଟ୍ ଜିଏସଟି କଲେକ୍ସନ ୧.୭୪ ଲକ୍ଷ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଠାରୁ ୨୦.୪ ପ୍ରତିଶତ ଅଧିକ। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟଗୁଡ଼ିକ ସଂଗ୍ରହରେ ୧୭ ପ୍ରତିଶତରୁ ୨୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛନ୍ତି। ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଛୋଟ ରାଜ୍ୟଗୁଡ଼ିକ ମଧ୍ୟ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରିଛନ୍ତି। ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି କିଛି ରାଜ୍ୟରେ ଜିଏସଟି ସଂଗ୍ରହ ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *