Thu. Oct 23rd, 2025

ନ୍ୟୁଜ ଡେକ୍ସ: ପର୍ଯ୍ୟଟକଙ୍କ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା। ମେ ୧ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳାକୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନ ବିଭାଗ ଏହି ପଦକ୍ଷେପ ନେଇଛି ।

ବନ ସଂରକ୍ଷକର ଆସିଷ୍ଟାଣ୍ଟ ଚିଫ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ସରୀସୃପ ମାନଙ୍କ ବସା ତିଆରି କରିବା ରେ ଏବଂ ପ୍ରଜନନ ସମୟରେ କୌଣସି ପ୍ରକାରର ବାଧା ନ ଉପୁଜିବା ପାଇଁ ଜାତୀୟ ଉଦ୍ୟାନକୁ ତିନି ମାସ ପାଇଁ ବନ୍ଦ ରଖାଯାଇଥାଏ।ସେ ଆହୁରି ମଧ୍ୟ କହିଥିଲେ ଯେ ଖାସ କରି ଏହି ସମୟ ରେ ମାଈ କୁମ୍ଭୀରମାନେ ଆକ୍ରମଣାତ୍ମକ ହୋଇଯାଇଥାନ୍ତି ଓ ଅଧିକାଂଶ କୁମ୍ଭୀର ନିଜର ବସା ତିଆରି କରୁଥିବା ସମୟରେ ଅଧିକ ଆକ୍ରମଣ କରିଥାନ୍ତି। ତେବେ ପୂର୍ବରୁ ହୋଇଥିବା ଗଣନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଲୁଣି ପାଣିରେ ମୋଟ ୧୮୨୬ଟି କୁମ୍ଭୀର ଅଛନ୍ତି।

ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନବିଭାଗ ନିୟମ ଜାରି କରିଛି। ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟର ଚାଳିତ ବୋଟଗୁଡିକୁ ଜାତୀୟ ଉଦ୍ୟାନରେ ନିଷିଦ୍ଧ କରାଯାଇଛି । ତେବେ ଅଗଷ୍ଟ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *