Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆତଙ୍କୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ’ ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ । ସମସ୍ତ ରାଜ୍ୟକୁ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ଅନ୍ୟପଟେ ଓଡ଼ିଶାର ‘ମେ ୭ ରେ ଅନେକ ରାଜ୍ୟରେ ବାଜିବ ସାଇରନ୍ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପରେ ମକ୍‌ଡ୍ରିଲ୍‌ ହେବା ନେଇ ସୂଚନା ରହିଛି। ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌। ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ କରାଯିବ । ଯୁଦ୍ଧ ହେଲେ ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ । ଶତ୍ରୁ ଆକ୍ରମଣରୁ କିଭଳି ନିଜକୁ ସୁରକ୍ଷା କରିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଅଭ୍ୟାସ ସମୟରେ ରେଡ୍ ୱାର୍ଣ୍ଣିଙ୍ଗ ସାଇରନ ବାଜିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ଭାରତ ଯେ କୌଣସି ସମୟରେ ତା ଉପରେ ସାମରିକ ଆକ୍ରମଣ କରିପାରେ। ଏହାକୁ ନେଇ ପାକିସ୍ତାନ ହାଇ ଆଲର୍ଟରେ ରହିଛି। ଅନ୍ୟପଟେ, ଭାରତ ମଧ୍ୟ ଯୁଦ୍ଧଜନିତ ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *