Thu. Oct 23rd, 2025

ନ୍ୟୁଜ ଡେକ୍ସ : ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଅନାସ୍ଥା ପ୍ରସ୍ତାବ ରଖି ବାଚସ୍ପତିଙ୍କୁ ଚିଠି ଦେଲା କଂଗ୍ରେସ । ୧୫ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ଦାବି କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏନେଇ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତି ସୁରମା ପାଢୀଙ୍କୁ ଏହି ପ୍ରସ୍ତାବ ପ୍ରଦାନ କରିଛି କଂଗ୍ରେସ ।

ତେବେ କଂଗ୍ରେସର ଏହି ଅନାସ୍ଥା ପ୍ରସ୍ତାବରେ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଦେଇଥିବା ସୂଚନା ରହିଛି ।କଂଗ୍ରେସ ବିଧାୟକ ଦଳ (CLP) ନେତା ରାମ ଚନ୍ଦ୍ର କାଡାମ ବିଧାନସଭା କାର୍ଯ୍ୟପଦ୍ଧତିର ନିୟମ 117(1) ବ୍ୟବହାର କରି ନୋଟିସରେ ସ୍ୱାକ୍ଷର କରିଥିଲେ। ପ୍ରସ୍ତାବରେ ଲେଖା ଅଛି, ଯେ “ଏହି ଗୃହ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ବର୍ତ୍ତମାନର ମନ୍ତ୍ରୀ ପରିଷଦ ଉପରେ ଅନାସ୍ଥା ପ୍ରକାଶ କରୁଛି।”ଅନ୍ୟପକ୍ଷରେ ବିଜେଡି ଏହି ପ୍ରସ୍ତାବରେ ସମର୍ଥନ ଜଣାଇବାକୁ ସହଯୋଗ ଲୋଡିଛି କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆମେ ଏଥିରେ ବିଜେଡିର ସହଯୋଗ ଲୋଡୁଛୁ । ଆମେ ପୂର୍ବରୁ କହିଥିଲୁ, ସେମାନେ ଅନାସ୍ଥା ଆଣିଲେ ଆମେ ସହଯୋଗ କରିବୁ ।

ତେଣୁ ଆମେ ଅନାସ୍ଥା ଆଣିଲେ ବିଜେଡକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ।ସେପ୍ଟେମ୍ବର ୨୫ ଯାଏଁ ଚାଲିବ ଅଧିବେସନ। ଅଧିବେସନରେ ହେବ ୭ଟି କାର୍ଯ୍ୟଦିବସ।ବିଧାନସଭାର ସଦସ୍ୟ ଥିବା ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *