Mon. Dec 23rd, 2024

ନ୍ୟୁଜ ଡେକ୍ସ: ‘ମୋ ବସ୍‌’ ଧକ୍କାରେ ୨ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଘଟିଛି । ଦୁର୍ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀଙ୍କ ହାତ ଉପରେ ବସ୍‌ ଚଢିଯିବାରୁ ତାଙ୍କ ହାତ କଟି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ସମୟରେ ଯୁବତୀଙ୍କ ଜଣଙ୍କ ସ୍କୁଟିରେ ଯାଉଥିଲେ।

ଏହି ସମୟରେ ଯୁବତୀଙ୍କ ପଛରେ ଆସୁଥିବା ବାଇକ୍ ଆରୋହୀଙ୍କୁ ‘ମୋ ବସ୍‌’ ଟି ଧକ୍କା ଦେଇଥିଲା। ବାଇକ୍ ଆରୋହୀ ଜଣଙ୍କ ଭାରସାମ୍ୟ ହରାଇ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ମୋ ବସ୍‌’ଟି ଯୁବତୀଙ୍କୁ ହାତ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଯୁବତୀଙ୍କ ହାତ କଟିଯାଇଥିଲା। ପରେ ‘ମୋ ବସ୍‌’ ଡ୍ରାଇଭର ଗାଡ଼ି ନେଇ ଚମ୍ପଟ ମାରିଥିଲା। ଯାହାପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

ସେହି ରୁଟ ଦେଇ ଯାଉଥିବା ସମସ୍ତ ମୋ ବସକୁ ଅଟକ ରଖି କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏଥିସହିତ ଆହତ ଯୁବତୀଙ୍କୁ କ୍ଷତିପୂରଣ ଏବଂ ମୋ ବସର ଏଭଳି ବେପରୁଆ ଗାଡି ଚାଳନା ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଅଡିବସିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *