Thu. Oct 23rd, 2025

ନ୍ୟୁଜ ଡେକ୍ସ: ସାନ ଯାଆଙ୍କୁ ବଡ଼ ଯାଆ ଯକୃତ ଦାନ କରିବା ଘଟଣା। ଲିଭର ପ୍ରତିରୋପଣ ପରେ ବି ବଞ୍ଚି ପାରିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ଚାଲିଗଲା ସାନ ଯାଆଙ୍କ ଜୀବନ । ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି ।

ଅସ୍ତ୍ରୋପଚାର ପରେ ଶରୀର ମଧ୍ୟରେ ସେପଟିକ୍ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିବା ନେଇ ସୂଚନା ମିଳିଛି । ଏନେଇ ମହିଳାଙ୍କ ସ୍ଵାମୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ଜଣେ ମହିଳାଙ୍କ ପେଟରେ ସେପଟିକ୍‌ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସାନ ଯାଆଙ୍କୁ ଲିଭର ଦେଇ ଚର୍ଚ୍ଚାକୁ ଆସିଥିଲେ ବଡ଼ ଯାଆ ।

ଅନେକ ପରିବାରରେ ଯାଆମାନଙ୍କ ମଧ୍ୟରେ ମନମାଳିନ୍ୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଡ଼ ଯାଆ ନିଜ ସାନ ଯାଆର ଜୀବନ ବଞ୍ଚାଇବାକୁ ଲିଭର ଦାନ କରିଥିଲେ । ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ସତ୍ତ୍ବେ ଆଖି ବୁଝିଲେ ସମ୍ବଲପୁର ଝାଙ୍କରପାଲି ଗାଁର ବହୁ ଚର୍ଚ୍ଚିତ ସାନ ଯାଆ।

Leave a Reply

Your email address will not be published. Required fields are marked *