ନ୍ୟୁଜ ଡେକ୍ସ: ମଙ୍ଗଳବାର ରାତିରେ ପାକିସ୍ତାନ ଓ ପିଓକେରେ ପଶି ଆତଙ୍କବାଦୀ ଏକାଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ପାକିସ୍ତାନ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଛି ‘ଅପରେସନ୍ ସିନ୍ଦୁର’ । ଭାରତ ଉପରେ ଆକ୍ରମଣ କରିବାକୁ ଯେଉଁ ଆତଙ୍କବାଦୀ ଆଡ୍ଡାରେ ଯୋଜନା ପ୍ରସ୍ତୁତ ହୋଇଥିଲା ସେସବୁ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରିଛି ଭାରତୀୟ ବାୟୁସେନା ।
ପାକିସ୍ତାନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବିଭିନ୍ନ ନେତା ଏବଂ ବ୍ୟକ୍ତିତ୍ୱ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି । ଏବେ ଏହି ସମଗ୍ର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସ ରେ ଲେଖିଛନ୍ତି – “ଆମେ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବିତ । ଜୟ ହିନ୍ଦ!” ସେହି ସମୟରେ, କଂଗ୍ରେସ ଦଳ ମଧ୍ୟ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଥିଲା- “ଜୟ ହିନ୍ଦ୍ କି ସେନା ।”
ସେହିପରି, କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଟ୍ୱିଟରରେ ଲେଖିଛନ୍ତି- “ପାକିସ୍ତାନ ଏବଂ ପିଓକେରୁ କାର୍ଯ୍ୟ କରୁଥିବା ଆତଙ୍କବାଦ ବିରୁଦ୍ଧରେ ଭାରତର ଏକ ଦୃଢ଼ ଜାତୀୟ ନୀତି ରହିଛି । ଆମେ ଆମର ଭାରତୀୟ ସଶସ୍ତ୍ର ବାହିନୀ ଉପରେ ଗର୍ବିତ ଯେଉଁମାନେ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛନ୍ତି ।
