ନ୍ୟୁଜ ଡେକ୍ସ: ଗତ ରାତିରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା (LoC) ଭାରତୀୟ ପୋଷ୍ଟଗୁଡ଼ିକ ଉପରେ ଆଖିବୁଜା ଗୁଳିମାଡ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଏକ ପର୍ଯ୍ୟଟନ ସ୍ଥଳରେ ୨୬ ଜଣ ନିରୀହ ନାଗରିକଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।
ଗତ ଦୁଇ ରାତି ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ପାକିସ୍ତାନୀ ସୈନ୍ୟମାନେ ଭାରତୀୟ ପକ୍ଷକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତର ଭୟ ରହିଛି। ଏଲଓସିରେ ବରମ୍ବାର ଗୁଳିମାଡ଼ କରିବା ତା ମନର ଡରକୁ ସୂଚାଉଛି। ୨୦୨୧ ଫେବୃଆରୀରୁ ଏଲଓସିରେ ଯୁଦ୍ଧ ବିରାମ ବୁଝାମଣା ଲାଗୁ ହୋଇଛି। ପାକିସ୍ତାନ ଭାରତୀୟ ସେନା ଭୟରେ ତାର ସୁରକ୍ଷା ଏଜନ୍ସିଂକୁ ସତର୍କ କରାଇଛି।
ତେଣୁ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି।ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୫ ଏପ୍ରିଲ ରାତିରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି। ଶୁକ୍ରବାର ରାତି ତମାମ ଏହା ଚାଲିଥିଲା। ଭାରତୀୟ ସେନା କଡ଼ା ଜବାବ ଦେଇଛି। ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏପ୍ରିଲ ୨୪ ତାରିଖ ରାତି ତମାମ ମଧ୍ୟ ଏଲଓସିରେ ପାକ୍ ସେନା ପକ୍ଷରୁ ପାୟାରିଂ ହୋଇଥିଲା।
