Fri. Jan 10th, 2025

ନ୍ୟୁଜ ଡେକ୍ସ: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହୋଇଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’ ବିଷୟ ବସ୍ତୁକୁ ନେଇ ଆରମ୍ଭ ହୋଇଛି ପ୍ରଥମ ଦିନ । ବିକଶିତ ଭାରତ ଗଠନର ରାଷ୍ଟ୍ରଦୂତ ସାଜିବେ ପ୍ରବାସୀ ଭାରତୀୟ । ଦେଶର ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ଏ ଭବ୍ୟ ସମାରୋହ । ୮ରୁ ୧୦ ଯାଏଁ ୩ ଦିନ ଚାଲିବ ପ୍ରବାସୀ ମହାପର୍ବ । ପ୍ରବାସୀମାନେ ଏବେ ଓଡ଼ିଶାମୁହାଁ । ବୈଦେଶିକ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ । ସମସ୍ତଙ୍କ ଅପେକ୍ଷା ଗୌରବମୟ ଉଦ୍ଘାଟନ ଉତ୍ସବକୁ । କାର୍ଯ୍ୟସୂଚୀ ଅନୁସାରେ, ୮ ତାରିଖ ମହାକୁମ୍ଭର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ମିଳିତ ଭାବେ ଶୁଭାରମ୍ଭ କରିବେ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ, ଆମେରିକା ‘ନ୍ୟୁଜୱିକ୍’ର ସିଇଓ ଡ.ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗ ଦେବେ ।

ସମ୍ମିଳନୀ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ । ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ । ୧ ଲକ୍ଷ ଯୁବନେତୃତ୍ବ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବ ନାହିଁ।ସେହିପରି ସମ୍ମିଳନୀ ଶୁଭାରମ୍ଭ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜୟ ଜଗନ୍ନାଥ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ । କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା ।

Leave a Reply

Your email address will not be published. Required fields are marked *