ନ୍ୟୁଜ ଡେକ୍ସ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ୫ଟା ୩୦ମି. ପର୍ଯ୍ୟନ୍ତ କଟକ ସହର ସମେତ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି । ଏନେଇ ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ସେପଟେ ଆଜି ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଆଜି ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିବା ବେଳେ ଉପକୂଳ ଓଡ଼ିଶା ଭୂଜୁଛି ବର୍ଷାରେ । ତେବେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । କିଛି ସମୟରେ କାଳ ବୈଶାଖୀ ଯୋଗୁଁ ଘଡ଼ଘଡ଼ି, ବିଜୁଳି ଏବଂ ଝଡ଼ ପବନ ସାଙ୍ଗକୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।ଗୁରୁବାର ଅର୍ଥାତ୍ 12 ତାରିଖରେ ସମସ୍ତ 30 ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
23 ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ 7 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି। ଗଜପତି, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଏବଂ କଟକର କିଛି ଅଂଶକୁ ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରଭାବିତ କରିପାରେ।
