Thu. Oct 23rd, 2025

ନ୍ୟୁଜ ଡେକ୍ସ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବୁଧବାର ହାଇକୋର୍ଟରେ ଶୁଣାଣି ହେବ । ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ ।

ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ଏପ୍ରିଲ ୨୫ରେ କୋର୍ଟ ଆବେଦନକୁ ଗ୍ରହଣ କରି ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ କରିଥିଲେ। ସରକାର ଗତବର୍ଷ ଏପ୍ରିଲ ୫ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ।

ଏଥିସହ ହାଇକୋର୍ଟରେ ପରବର୍ତ୍ତୀ ଜବାବ ରଖିବା ପାଇଁ ୪ ମାସ ସମୟ ନେଇଥିଲେ। ମାତ୍ର ଏହା ଭିତରେ ନୂଆ ସରକାର ଗଠନକୁ ୯ ମାସ ଓ ହାଇକୋର୍ଟରୁ ନେଇଥିବା ସମୟ ୫ ମାସ ଗଡ଼ିଗଲାଣି। ଏହି ସମୟ ଭିତରେ ଏକାଧିକ କ୍ୟାବିନେଟ୍‌ ବୈଠକ ବସିଛି। ହେଲେ କ୍ୟାବିନେଟ୍‌ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ।

Leave a Reply

Your email address will not be published. Required fields are marked *