ନ୍ୟୁଜ ଡେକ୍ସ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା । “ରଥଯାତ୍ରା ପାଇଁ 5 ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଡ୍ରୋନ ସାହାଯ୍ୟରେ ହେବ ଟ୍ରାଫିକ ପରିଚାଳନା ।
10 ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ ହେବେ । ସେହିପରି, ରଥଯାତ୍ରା ସମୟରେ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । କୁଇକ୍ ରେସପନ୍ସ ଟିମ୍ ଓ ଡ୍ରୋନ୍ର ସହାୟତା ମଧ୍ୟ ନିଆଯିବ । ସମୁଦ୍ର ତଟରେ କୋଷ୍ଟ ଗାର୍ଡ ମୁତୟନ ହେବେ । ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ଟି ଆମ୍ବୁଲାନ୍ସ, ୨୬୫ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ବୋଲି ଖୁରାନିଆ କହିଛନ୍ତି ।
ଏଥିସହିତ ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ରହିବେ । ଏମ୍ସର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ବୋଲି ଖୁରାନିଆ ସୂଚନା ଦେଇଛନ୍ତି ।
