Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ଏହି ପର୍ବରେ ସାମିଲ ହେବାକୁ କାହିଁ ଦେଶ-ବିଦେଶରୁ ଲୋକେ ପୁରୀ ଧାଇଁ ଆସନ୍ତି। ଏଥିପାଇଁ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି। ସୂଚନା ମୁତାବକ, ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ।ଏଥିସହ ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ହେବେ।

ଏଆଇ କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯିବ। ତେବେ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଂସଦ, ବିଧାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ । ଜୁନ୍ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି । ତାମିଲନାଡୁରୁ ଗ୍ରେଡ ଏ ମାନର ଚନ୍ଦନ କାଠ ଆସିଛି । ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି । ରଥଯାତ୍ରା ଅବକାଶରେ କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ l

ଲୋ ଭାରିଆଣ୍ଟର କୋଭିଡ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ l ରାଜ୍ୟରେ ସମୁଦାୟ 49ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର 34 ଟି ଆକ୍ଟିଭ କେସ ରହିଛି l ଥଣ୍ଡା, କାଶ ଲକ୍ଷଣ ଥିବାଲୋକ ଗହଳିକୁ ଯାଆନ୍ତୁ ନାହିଁ l ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କୁ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ l

Leave a Reply

Your email address will not be published. Required fields are marked *