ନ୍ୟୁଜ ଡେକ୍ସ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଲା ପସ୍ତୁତି । ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ ଯାଇ ପହଞ୍ଚିଛି । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ୫ ଜଣିଆ ଟିମ୍ । ଏହି ୫ ଜଣିଆ ଟିମ୍ ସହ ଉପସ୍ଥିତ ରହିବେ ବରଗଡ଼ ଡିଏଫଓ ।
ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ଆୟୋଜିତ ହୋଇଛି। ପଦ୍ମପୁର ଜଙ୍ଗଲରେ ଶ୍ରୀମନ୍ଦିରର ୫ଜଣିଆ ଟିମ୍ କରିବେ ସର୍ବେକ୍ଷଣ। ସର୍ବେକ୍ଷଣ ସମୟରେ ଏହି ଟିମ୍ ସହିତ ବରଗଡ଼଼ ଡିଏଫ୍ଓ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।ଅନ୍ୟପଟେ ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି।
ଜାରି ତାଲିକାରେ ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ। ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ମେ ୧୯ରେ ଭଉଁରି ଯାତ୍ରା, ଜୁନ୍ ୧୧ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଜୁନ ୨୭ରେ ରଥଯାତ୍ରା ଅନୁଷ୍ଠିତ ହେବ।
