Thu. Oct 23rd, 2025

ନ୍ୟୁଜ ଡେକ୍ସ: ରବିବାର ପ୍ରାୟ ୧୫ ଲକ୍ଷ ଭକ୍ତ ପୁରୀର ଦ୍ୱାଦଶ ଶତାବ୍ଦୀର ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ରଥ ଉପରେ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ‘ସୁନା ବେଶ’ ନୀତି ଦେଖିଛନ୍ତି । ସେପଟେ ଆଜି ହେଉଛି ମହାପ୍ରଭୁଙ୍କ ଅଧରପଣା ନୀତି । ରଥରେ ଠାକୁରଙ୍କ ଅଧରପଣା ନୀତି ହେବ ।

ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲେ ଏହି ନୀତି ହେବ । ଅଧର ନୀତି ରାତି ୮ଟାରେ ସମ୍ପନ୍ନ କରାଯିବାକୁ ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ ।ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ । କିମ୍ବଦନ୍ତୀ କୁହେ ଉକ୍ତ ଭୋଗ ପଣା ରଥ ପାଶ୍ୱର୍ଦେବାଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୁଏ । ପ୍ରତି ରଥରେ ଦାରୁବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ ।

ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ । ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବାଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ପାରମ୍ପରିକ କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି ଯୋଗାଇଥାନ୍ତି । ୩ଟା ୩୦ମିନିଟ୍ରୁ ୪ଟା ୩୦ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଧୂପ ବଢ଼ିବ । ଏହାପରେ ଅଧରପଣା ଭୋଗ ସରି ଅନ୍ୟାନ୍ୟ ନୀତି ବଢ଼ି ରାତି ୨ଟାରେ ଠାକୁରଙ୍କ ପହୁଡ଼ ହେବ।

Leave a Reply

Your email address will not be published. Required fields are marked *