Mon. Dec 23rd, 2024

ନ୍ୟୁଜ ଡେସ୍କ: ଆଜିକାଲି ପ୍ଲାଷ୍ଟିକ୍ ର ବହୁଳ ବ୍ଯବହାର ଦ୍ବାରା ପରିବେଶର ସନ୍ତୁଳନରେ ନାହିଁ ନ ଥିବା ପ୍ରଦୂଷଣ ପରିଲକ୍ଷିତ ହେଉଛି | ଏହାର ପ୍ରତିବଦଳରେ ଉନ୍ନତ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ଯାଗ୍ ର ଆବଶ୍ଯକତା ଲୋକେ ଆଶାବାନ୍ଧିଛନ୍ତି | ଯାହା ପ୍ଲାଷ୍ଟିକ୍ ତୁଳନାରେ ନଷ୍ଟ ଅବା ଧଂସ କରାଯାଇପାରିବ, ପ୍ରଦୂଷଣମୁକ୍ତ ହୋଇପାରିବ, ପରିବେଶ ସୁସ୍ଥସୁନ୍ଦର ରହିବ ଓ ଉନ୍ନତ ମାନର ଭାରବାହୀ ବ୍ଯାଗ୍ ହୋଇପାରିବ |

ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ନିକଟବର୍ତ୍ତୀ ପାତେପାଣୀ ଗାଁ ଠାରେ ଶ୍ରୀକ୍ଷେତ୍ର ବାଓପେକ୍ ଏଣ୍ଟରପ୍ରାଇଜେସ୍ ନାମରେ ଶିଳ୍ପାନୁଷ୍ଠାନ ଗଢିଉଠିଛି | ଏହା ଭାରତ ସରକାରଙ୍କ ପିଏମଇଜିପି (ବାଓଡିଗ୍ରଡେବୁଲ ଏବଂ କମ୍ପପୋଷ୍ଟବୁଲ କେରି ବ୍ଯାଗ୍ ମେନୁଫେକଚରିଂ ୟୁନିଟ୍) ମାଧ୍ଯମରେ ରାଇରଙ୍ଗପୁର ସହରସ୍ତ ବ୍ଯାଙ୍କ ଅଫ୍ ଇଣ୍ଡିଆ ର ଫାଇନାସ୍ ଦ୍ବାରା ଏହି ଶିଳ୍ପାନୁଷ୍ଠାନ ଗଢିଉଠିଛି ବୋଲି ମାଲିକ ବାପୁନ କୁମାର ମହାନ୍ତ ମତବ୍ଯକ୍ତ କରିଥିଲେ | ଯାହା ପରିବେଶର ଅଳିଆଆବର୍ଜନାରୁ ମୁକ୍ତ ରହିବ | ଏଠାରୁ ଲୋକେ ଉନ୍ନତମାନର ଭାରବାହୀ ବ୍ଯାଗ୍ ପାଇପାରିବେ | ଯାହା ଅତିସହଜରେ ନଷ୍ଟ ହେବା ସହିତ ପରିବେଶ ପ୍ରଦୂଷଣ ର ଭୟ ରହିବ ନାହିଁ | ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଂଜ ସାଂସଦ ନବଚରଣ ମାଝୀ ଓ ଦଳୀୟ କର୍ମକର୍ତ୍ତାଗଣ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ |

ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଶିଳ୍ପାନୁଷ୍ଠାନ ର ମାଲିକଙ୍କ ମା କୁନ୍ତଳା ମହାନ୍ତ ଓ ସହଧର୍ମିଣୀ ପ୍ରଗତିକା ମହାନ୍ତ,ତାଙ୍କ ସମ୍ପକୀୟ ବିରତି ମହାନ୍ତ, ରାଜକୁମାରୀ ମହାନ୍ତ, କ୍ଷେତ୍ରମୋହନ ମହାନ୍ତ, ଦେବଲାଲ ମହାନ୍ତ, ଅଜୟ କୁମାର ମହାନ୍ତ ତଥା ଅନ୍ଯମାନେ ଉପସ୍ଥିତ ଥିଲେ | ଏହି ବିରାଟ ସମାବେଶରେ ତାଙ୍କର ବନ୍ଧୁବାନ୍ଧବ ଓ ସାଇପଡିଶା ବହୁସଂଖ୍ଯାରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *