Sat. Feb 21st, 2026

ନ୍ୟୁଜ ଡେସ୍କ: ମହାତ୍ମାଗାନ୍ଧୀଙ୍କ ଯାହା ସ୍ବପ୍ନ ଦେଖିଥିଲେ , ତାହା ଆଜି ପୁରା ହୋଇଛି | ଭାରତର ସମସ୍ତ ସହର ଗାଁ ସ୍ବଚ୍ଚତାର ସ୍ବାଦ ପରିଲକ୍ଷିତ ହେଉଛି | ସ୍ବଚ୍ଚତା ହିଁ ସେବା – ସ୍ବଚ୍ଚ ଭାରତ ଅଭିଯାନ | ଯାହା ଗତ ସେପ୍ଟଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨ ଅକ୍ଟୋବର ପର୍ଯ୍ଯନ୍ତ ଚାଲୁରହିବ |

ସହରର ଅଳିଆଆବର୍ଜନା କୁ ଦୂରୀଭୁତ କରିବା | ଏହି ଅବସରରେ ଆଜି ରାଇରଙ୍ଗପୁର ମ୍ଯୁନିସିପାଲିଟି ତରଫରୁ ଏକ ସ୍ବଚ୍ଚତା ରଥ ସହର ପରିକ୍ରମା କରିଥିଲା | ଲୋକମାନଙ୍କୁ ସ୍ବଚ୍ଚତା ଉପରେ ସଚେତନ କରି ଜଣାଇଥିଲା ଆସ ମିଳିମିଶି ଶପଥ ନେବା , ଆମ ରାଇରଙ୍ଗପୁର ସ୍ବଚ୍ଚ କରିବା | ଏଥିରେ ରଇରଙ୍ଗପୁର ହାଇସ୍କୁଲ, ରାଇରଙ୍ଗପୁର ଗାଲର୍ସ ହାଇସ୍କୁଲ, ରାଇରଙ୍ଗପୁର କନ୍ଯାଶ୍ରମ, ରାଇରଙ୍ଗପୁର ମହାବିଦ୍ଯାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ସେମାନେ ହାତରେ ବିଭିନ୍ନ ସ୍ବଚ୍ଚତା ସଚେତନ ବାର୍ତ୍ତା ଧରି ଲୋକମାନଙ୍କୁ ମାର୍ଗଦର୍ଶନ କରିଥିଲେ | ଏଥିରେ ସ୍କୁଲକଲେଜର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

ଏହି ଭବ୍ଯ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକ, କାର୍ଯ୍ଯନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମ୍ଯୁନିସିପାଲିଟିର ସମସ୍ତ କର୍ମଚାରୀ, ଅଧ୍ଯାପକ ବିଜୟ କୁମାର ରାମ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ତଥା ଅବସରପ୍ରାପ୍ତ ସେନାବିଭାଗ ଉପସ୍ଥିତ ରହି ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *