Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଉରକେଲା ରେଳ ଷ୍ଟେସନରୁ ଜବତ ହେଲା ୬୦ କେଜି ରୁପା ଅଳଙ୍କାର। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ସୂଚନା ମୁତାବକ, ଜଣେ ବ୍ୟବସାୟୀ ୫୮କେଜି ରୁପା ଧରି ରାଞ୍ଚି ଟ୍ରେନକୁ ଅପେକ୍ଷା କରିଥିଲେ ।

ତାଙ୍କ ଉପରେ ସନ୍ଦେହ ହେବାରୁ ଜିଆରପି ଛାନଭିନ କରିଥିଲା । ପରେ ଉକ୍ତ ବ୍ୟବସାୟୀଙ୍କ ନିକଟରୁ ୫୮କେଜି ରୁପା ଜବତ କରିଥିଲା ଜିଆରପି । ଏହା ପରେ ଜବତ ହୋଇଥିବା ସମସ୍ତ ରୁପା ଏବଂ ବ୍ୟବସାୟୀଙ୍କୁ ଜିଏସ୍ଟି ବିଭାଗକୁ ହସ୍ତାନ୍ତର କରିଛି ଜିଆରପି । ରାଜ୍ୟ ଜିଏସ୍ଟି ବିଭାଗ ଏହି ଘଟଣାର ତଦନ୍ତ କରୁଛି ।ପରେ ଜିଆରପି ରାଉରକେଲା GST ବିଭାଗକୁ ଜଣାଇଥିଲା।

GSTର କର୍ମଚାରୀ ଚନ୍ଦନଙ୍କୁ ଅଟକ ରଖି ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ଏତେ ପରିମାଣର ରୁପା କାହିଁକି ନେଉଥିଲେ, କାହାକୁ ଦେବା ପାଇଁ ନେଉଥିଲେ, ସେ ନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ। ଅନ୍ୟପକ୍ଷରେ ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି।

Leave a Reply

Your email address will not be published. Required fields are marked *