Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି । ଡବା ଅସଲି କିନ୍ତୁ ଭିତରେ ଥିବା ଘିଅ ନକଲି । ସାରା ରାଜ୍ୟରେ ଓମଫେଡର ନାଁ ରହିଛି । ତେଣୁ ଲୋକେ ଆଖି ବୁଜିକି ଓମଫେଡ ସାମଗ୍ରୀ ଉପରେ ଭରଷା କରୁଛନ୍ତି ।

କିନ୍ତୁ କିଛି ଲୋକ ଓମଫେଡ ଡବା ଆଣି ସେଥିରେ ନକଲି ଘିଅ ପୁରାଇ ବିକ୍ରି କରୁଛନ୍ତି । ରାଉରକେଲାରୁ ଆସିଛି ଏହି ଖବର । ଓସଲି ଡବାରେ ନକଲି ଘିଅ ବିକ୍ରି କରୁଛନ୍ତି ଦୋକାନୀ ।ରାଉରକେଲା ସହରରେ କିଛି ମୁଆଫାଖୋର ବ୍ୟବସାୟୀ ନକଲି ଓମଫେଡ ଘିଅ ଵିକ୍ରି କରୁଥିବା ଓମଫେଡ ପକ୍ଷରୁ ରାଉରକେଲା ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ରାଉରକେଲା ପୁଲିସ ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଚଢ଼ାଉ କରି ୪ ଲିଟର ଓ ସେକ୍ଟର ୮ ଅଞ୍ଚଳରେ ଚଢ଼ାଉ କରି ୧୩ ଲିଟର ନକଲି ଓମଫେଡ ଘିଅ ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ନକଲି ଓମଫେଡ ଘିଅ କେଉଁଠି ତିଆରି ହେଉଛି ଓ ନକଲି ଓମଫେଡ ଘିଅ କାରବାର ପଛରେ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ରାଉଲକେଲା ସହରରେ ନକଲି ଓମଫେଡ ଘିଅ ବିକ୍ରି କରୁଥିବା ମୁନାଫାଖୋର ବ୍ୟବସାୟୀଙ୍କୁ ଗିରଫ କରିବା ସହ ନିୟମିତ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *