ନ୍ୟୁଜ ଡେକ୍ସ:ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ସମ୍ପୃକ୍ତ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ ।
ଏହାସହ ଅବକାରୀ ବିଭାଗ, ମଦର ସାମ୍ପୁଲ ପରୀକ୍ଷା ପାଇଁ ନେଇଛି । ଅବକାରୀ ବିଭାଗ ପହଞ୍ଚି ସଂପୃକ୍ତ ମଦ ଦୋକାନକୁ ସିଲ୍ କରିବା ସହ ଘଟଣାର ତନାଘନା ଆରମ୍ଭ କରିଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ବିଷାକ୍ତ ବୋଲି କୁହାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
ଏହି ଘଟଣା ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। କଟକ-ପୁରୀ ରୋଡର ଷ୍ଟେସନବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଦେଇଛି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।
