Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦୀପାବଳି ପରଠାରୁ ଦିଲ୍ଲୀର ବାୟୁ ଗୁଣବତ୍ତା ପୂରାପୂରି ଭାବେ ବିଗିଡ଼ି ଯାଇଛି। ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ବା ଭେରି ପୋର୍‌ ବର୍ଗରେ ରହିଛି। ଗ୍ୟାସ୍‌ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି।

ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ହାଲ୍‌। ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି।

ତେବେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ୩୦୦ରୁ ଅଧିକ ରହିିଛି। ବୁଧବାର ସକାଳେ ଘନ କୁହୁଡ଼ି ସହରକୁ ଘେରି ରହିଥିବା ବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଦିଲ୍ଲୀର ଅନେକ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ପରାମର୍ଶଦାତା ଜାରି କରି କହିଛି ଯେ କୁହୁଡି ଯୋଗୁଁ ସିଏଟି ୩ ପାଳନ କରୁନଥିବା ବିମାନ ପ୍ରଭାବିତ ହେବ।

Leave a Reply

Your email address will not be published. Required fields are marked *