Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦୃତଗାମୀ ଗାଡି଼ କେଉଁ ଲେନ୍ରେ ଯିବ ? ମଧ୍ୟମ ଓ ଅଳ୍ପ ସ୍ପିଡ୍ରେ ଯାଉଥିବା ଗାଡି଼ ପାଇଁ କେଉଁ ଲେନ୍ ଉଦ୍ଦିଷ୍ଟ? ଗାଡି଼ ଚାଳକମାନେ ଅଭ୍ୟସ୍ତ ହେବା ପାଇଁ ସହର ଭିତରେ ଆଜିଠୁ ଲେନ୍ ଡ୍ରାଇଭିଂ ଆରମ୍ଭ ହୋଇଛି । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ତିନି ଲେନ୍ରେ ବସ୍, କାର, ଅଟୋରିକ୍ସା ଓ ବାଇକ ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଗାଡ଼ିଗୁଡ଼ିକ କୋନ୍‌ରେ ଦର୍ଶାଯାଇଥିବା ଲେନ୍‌ରେ ହିଁ ଯିବେ । ବାଇକ୍‌, କାର୍‌ କିମ୍ବା ଟ୍ରକ୍‌ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍‌ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍‌ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିଶନରେଟ ପୋଲିସ କହିଛି । ଏହା ମଧ୍ୟ କୁହାଯାଇଛି ଯେ ଯିଏ ଯେଉଁ ଲେନ୍‌ରେ ଥିବେ, ଟ୍ରାଫିକ୍‌ ଛକ ପୂର୍ବରୁ ସେ ସେହି ଲେନ୍‌ରେ ହିଁ ରହିବେ। ଏହି ସ୍ଥାନରେ କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିପାରିବ ନାହିଁ ବୋଲି ଟ୍ରାଫିକ୍‌ ଡିସିପି କହିଛନ୍ତି।

ଏଥିରେ କେହି ନିୟମ ଉଲ୍ଲଂଘନ କଲେ, ସେଠାରେ ଥିବା ଟ୍ରାଫିକ୍‌ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ।ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ଜୟଦେବବିହାର ଓଭରବ୍ରିଜ୍‌ ନିକଟରେ ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କିଛିଦିନ ଲୋକଙ୍କୁ ସଚେତନ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ଛକରେ କଡ଼ାକଡ଼ି ଭାବେ ଲାଗୁ କରାଯିବ ‌ବୋଲି ଡିସିପି କହିଛନ୍ତି ।

Leave a Reply

Your email address will not be published. Required fields are marked *