Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଓ କିସାନ ସଶକ୍ତିକରଣ ବିଭାଗର ୨୬ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜଧାନୀ ନୂଆଦିଲ୍ଲୀର ପାଣ୍ଡରାଠାରେ ଆୟୋଜିତ ବୃହତ୍ ସମାରୋହରେ ସେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ଏକ ସମନ୍ୱିତ ଆକ୍ୱା ପାର୍କ ଏବଂ ପାଇକାରୀ ମାଛ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ, ଯେଉଁଠି ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ସେ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଓ ‘ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ’ର ମଧ୍ୟ ଶୁଭାରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆଜି ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜନ୍ମଦିବସର ଶୁଭ ଅବସରରେ ଦେଶର କୋଟି କୋଟି କୃଷକଙ୍କ ପାଇଁ ୩୫ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ ହୋଇଛି।”ସେ ଆହୁରି କହିଥିଲେ, ପୂର୍ବତନ ସରକାରମାନଙ୍କ ଅଦୃଷ୍ଟି ଓ ଦାୟିତ୍ବହୀନତା ଯୋଗୁ କୃଷକମାନଙ୍କ ଯଥାର୍ଥ ଉନ୍ନତି ହୋଇପାରିନଥିଲା। କିନ୍ତୁ ଏନଡିଏ ସରକାର ଆସିବା ପରେ କୃଷି ଓ କୃଷକ ସଶକ୍ତିକରଣରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *