Sat. Feb 21st, 2026

ନ୍ୟୁଜ ଡେକ୍ସ: ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ରାଜ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ ଛାତ୍ର । ଅର୍ଧଦଗ୍ଧ ଅବସ୍ଥାରେ ଆହତ ଛାତ୍ରଙ୍କୁ କଟକ ବଡ ଡାକ୍ତରଖାନାରେ କରାଯାଇଛି ଭର୍ତ୍ତି ।

ତେବେ ଛାତ୍ର ଜଣକ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଇମ୍ଫୋଭାଲି ଥାନା ଅଧିନ ମଦନପୁର ରାସ୍ତାରେ ଛାତ୍ର ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନାଁ କେହି ଦୁର୍ବୃତ୍ତ ତାଙ୍କୁ ଜାଳି ଦେଇଛି ଏନେଇ କୌଣସି ସୂଚନା ନାହିଁ ।

ଛାତ୍ରଙ୍କୁ ଜଳୁଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ଛାତ୍ର ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କିପରି ଏ ଘଟଣା ଘଟିଲା ସେନେଇ ତଦନ୍ତ କରୁଛି ଇମ୍ଫୋଭାଲି ପୋଲିସ ।

Leave a Reply

Your email address will not be published. Required fields are marked *