ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ୱରରେ ବାଘ ଆତଙ୍କ । ଭୁବନେଶ୍ୱର ବିମାନବନ୍ଦର ନିକଟରେ ସ୍ଥାନୀୟ ଲୋକେ ବାଘ ଦେଖିବା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିମାନବନ୍ଦର ଡ୍ରମ୍ପିଙ୍ଗୟାର୍ଡ ନିକଟରେ କାମ କରୁଥିବା ସମୟରେ ବାଘକୁ ଦେଖିଥିବା ଲୋକେ କହିଛନ୍ତି ।
ତେବେ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ ଟା ୨୯ ମିନିଟ ବେଳକୁ ଭୁବନେଶ୍ୱର ବିମାନବନ୍ଦର ଡ୍ରଂପିଙ୍ଗୟାର୍ଡ ନିକଟରେ ଏକ ଭାଗ ବୁଲୁଥିବାର ସେଠି କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏନେଇ ବନବିଭାଗକୁ ସୂଚନା ଦିଆଯାଇଥିଲା। ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ ।
ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ । ଏବେ ପୁଣି ଥରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନ ଅଧିକାରୀଙ୍କ ସୂଚନା ମିଳି ପାରିନି।