Wed. Feb 25th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ପ୍ରଶାସନିକ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ରାଜସ୍ୱ ବିଭାଗ ୨୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀଙ୍କୁ ବଦଳି କରିଛି। ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂତନ ଅଧିକାରୀଙ୍କ ନିଯୁକ୍ତି ହୋଇଛି।

ମୋ-ସ୍କୁଲ ଅଭିଯାନର ଓଏସ୍‌ଡି କାବେରୀ ମୁଦୁଲିଙ୍କୁ ଯାଜପୁର ଜିଲ୍ଲାର ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଛି। ଏହାସହିତ କେନ୍ଦ୍ରାପଡ଼ା ଡିଏସ୍‌ଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ପ୍ରେରଣ କରାଯାଇଛି।ସେପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡ଼ାର ନୂତନ ଡିଏସ୍‌ଆର ଭାବେ ପଦସ୍ଥାପିତ କରାଯାଇଛନ୍ତି।

ଜ୍ୟୋତ୍ସ୍ନାରାଣୀ ପାତ୍ର ସହିତ ଅନ୍ୟ ୧୯ ଜଣ ଓଏଏସ୍‌ ଅଧିକାରୀଙ୍କୁ ତହସିଲଦାର, ଡେପୁଟି କଲେକ୍ଟର ସହ ବିଭିନ୍ନ ପ୍ରଶାସନିକ ପଦବୀକୁ ବଦଳି କରାଯାଇଛି।ରାଜସ୍ୱ ବିଭାଗର ଏହି ବଦଳି ତାଲିକା ରାଜ୍ୟର ପ୍ରଶାସନିକ ଶୃଙ୍ଖଳାକୁ ଅଧିକ ସୁଚାଳିତ ଓ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିବ ବୋଲି ପ୍ରଶାସନିକ ମହଳର ମତ।

Leave a Reply

Your email address will not be published. Required fields are marked *