ନ୍ୟୁଜ ଡେକ୍ସ: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । କେତେକ ସ୍ଥାନରେ ପବନ ଓ କୁଆପଥର ବର୍ଷିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
୨୫ରେ କାଁ ଭାଁ ବର୍ଷା ହୋଇପାରେ । ତା’ପରେ ପାଗ ଶୁଖିଲା ରହିବ । ଅର୍ଦ୍ଧାଧିକ ଜିଲ୍ଲାରେ ଜାରି ରହିଛି ବର୍ଷା। ବିଜୁଳି ସହ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ଓ କୁଆପଥର ମାଡ଼ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
ସେହିପରି ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁରକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତିକୁ ୟେଲୋ ଆଲର୍ଟ ଜାରି ହୋଇଛି।
