Thu. Oct 23rd, 2025

ନ୍ୟୁଜ ଡେକ୍ସ: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି । ସାରା ରାଜ୍ୟରେ ଉପରମୁହାଁ ପାରଦ । ଜାରି ରହିଛି ହିଟ୍ଓ୍ବେଭ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଖରା । ପଶ୍ଚିମ କେନ୍ଦ୍ରାଞ୍ଚଳର ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଛୁଇଁଛି । ଖରାରେ ଆଉଟୁ ପାଉଟ ଜନଜୀବନ ।

ଦିନ ୧୦ଟା ବେଳକୁ ବାହାରିବା ମୁସ୍କିଲ ହୋଇପଡୁଛି । ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଏପ୍ରିଲ ୨ରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଏପ୍ରିଲ ୩ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଏପ୍ରିଲ ୪ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଜପତିରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହୋଇପାରେ।

ସେହିପରି ୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ନେଇ ବିଭାଗ ପକ୍ଷର ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *