Sat. Feb 21st, 2026

ନ୍ୟୁଜ ଡେକ୍ସ : ଉପକୂଳ ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରଭାବ କମୁଥିବା ବେଳେ ରାତି ତାପମାତ୍ରା ସାଧାରଣ ସ୍ତରରେ ରହିଛି। ତଥାପି କେନ୍ଦ୍ରାପଡ଼ା, ଜଗତସିଂହପୁର, ଚାନ୍ଦବାଲି, ବାଲେଶ୍ବର ଓ ଗୋପାଳପୁର ଭଳି ଅଞ୍ଚଳରେ ରାତି ପାରଦ ସ୍ତର ସ୍ୱାଭାବିକ ଠାରୁ ୧ରୁ ୧.୫ ଡିଗ୍ରି କମ୍ ରହିଛି।ପଶ୍ଚିମ ଓଡ଼ିଶାରେ ମଧ୍ୟ ଶୀତର ପ୍ରଭାବ କମୁଥିବା ସତ୍ତ୍ୱେ ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି।

ଘୁ. ଉଦୟଗିରିରେ ସବୁଠାରୁ କମ୍ ୬.୬ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୮.୭ ଡିଗ୍ରି, ଫୁଲବାଣୀରେ ୯.୫ ଡିଗ୍ରି, ଚିପିଲିମାରେ ୧୦.୧ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରି ରେକର୍ଡ ହୋଇଛି।ଏହା ସହ ଖୋର୍ଧା ଜିଲ୍ଲାରେ ଗତକାଲି ରାତି ଓ ଆଜି ସକାଳୁ ଘନ କୁହୁଡ଼ି ଦେଖାଯାଇଥିଲା, ଯାହା ଫଳରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିଥିଲା। ପାରାଦୀପ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଥିବା ବେଳେ ଭୁବନେଶ୍ବର, ବାରିପଦା, ଝାରସୁଗୁଡ଼ା ଓ ରାଉରକେଲାରେ ହାଲୁକା କୁହୁଡ଼ି ଦେଖାଯାଇଛି। ମେଘାବାତାବରଣ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ପଡିପାରେ।

ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।ରାଜଧାନୀ ଭୁବନେଶ୍ବର ଓ ତାହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୧ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ଆସପାସରେ ରହିବ ବୋଲି ଆନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *