ନ୍ୟୁଜ ଡେକ୍ସ: ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ । ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ବରରେ ଆସି ପହଞ୍ଜିଥିଲା । ହେଲେ ଧରିପକାଇଥିଲା ଭୁବନେଶ୍ବର ପୋଲିସ୍ । ବର୍ତ୍ତମାନ ଅଭିଯୁକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇଛି ।
ମିଳିଥିବା ସୂଚନା ମୁତାବକ, ଅନ୍ଲାଇନ ଗେମ୍ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ କାଶ୍ମୀର ଯୁବକଙ୍କ ପ୍ରେମ ସମ୍ପର୍କ। ଏହା କ୍ରମେ ନିବିଡି ହୋଇଥିଲା। କଶ୍ମୀର ଯୁବକ ଜଣକ ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଭୁବନେଶ୍ୱର ଆସି ପହଞ୍ଚି ଥିଲେ | ତେବେ କଶ୍ମୀରରୁ ଭୁବନେଶ୍ବର ଆସିଥିବା ଯୁବକ ଜଣଙ୍କ ବହୁଦିନ ହେବ ଯୁବତୀଙ୍କ ସହ କଥା ହୋଇ, ତାଙ୍କୁ କଶ୍ମୀର ନେଇ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ବ୍ରେନ୍ଓ୍ବାଶ କରିବା ସହ ତାଙ୍କୁ ଧର୍ମ ପରିବର୍ତ୍ତନ କରାଇବାକୁ ବାଧ୍ୟ କରୁଥିଲେ ।
ଏଥିସହିତ ବ୍ଲାକମେଲ କରି ୫ ଲକ୍ଷ ଟଙ୍କା ମାଗିବାର ଅଭିଯୋଗ ମଧ୍ୟ ହୋଇଛି । ତେବେ ଜଗତସିଂପୁରରୁ ଯୁବତୀଙ୍କୁ ଆଣି ଭୁବନେଶ୍ବରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ କାଶ୍ମୀର ଯିବାକୁ ବାହାରିଥିବା ବେଳେ କୌଣସି ସୂତ୍ରରୁ ଭୁବନେଶ୍ବର ପୋଲିସ୍ ଜାଣିବା ପରେ ଟ୍ରେନରୁ ଉକ୍ତ କଶ୍ମୀର ଯୁବକଙ୍କୁ ଧରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା ।ପୋଲିସ କଶ୍ମୀର ଯୁବକଙ୍କୁ ଧରି ଥାନାକୁ ଆଣି ଅଧିକ ପଚରାଉଚରା କରୁଛି। ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।