Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ୧୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ସେପଟେ ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି । ଗୁରୁବାର ଜି.ଉଦୟଗିରିରେ ରାତି ତାପମାତ୍ରା ୫.୪ ଡିଗ୍ରୀ ଥିଲା ।

ଫୁଲବାଣୀରେ ୭.୫, ରାଉରକେଲାରେ ୭.୯, ଦାରିଙ୍ଗିବାଡ଼ିରେ ୯, ସୁନ୍ଦରଗଡ଼ରେ ୯.୧, ଅନୁଗୁଳ ଓ କେନ୍ଦୁଝରରେ ୯.୬, ଭବାନୀପାଟଣା ଓ ବଲାଙ୍ଗିରରେ ପାରଦ ୧୦ଡିଗ୍ରୀ ରହିଥିଲା। ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି ।

ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ରବିବାର ମଧ୍ୟ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ରୁ ୧୫ ଡିଗ୍ରୀ ରହିବ । ରବିବାର ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ।

Leave a Reply

Your email address will not be published. Required fields are marked *