ନ୍ୟୁଜ ଡେକ୍ସ : ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ପାରଦ ଧୀରେ ଧୀରେ ଖସିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତର କଲବଲ ବଢ଼ିଚାଲିଛି। ଆଜି ସକାଳ ୫.୩୦ରେ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ଗତ ୧୦ ଦିନ ଧରି ରାଜଧାନୀରେ ପାରଦ ୯ ଡିଗ୍ରୀ ପର୍ଯ୍ୟନ୍ତ ଖସିଥିଲା। ଏହାସହିତ ଗତ ଡିସେମ୍ବର ୧ରେ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ। ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଞ୍ଚଳରେ ଗତ ସପ୍ତାହ ଧରି ଏହି ଶୀତ ଲହରୀ ରହିଛି।
ଘନ କୁହୁଡିରେ ଅଚଳ ହେଉଛି ଯାତାଯାତପୁଆଁରୁ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ରାସ୍ତାଘାଟରେ ଦୃଶ୍ୟତା ହ୍ରାସ ପାଇଛି। ଯାତ୍ରୀବାହୀ ଗାଡ଼ି, ବସ୍ ଓ ଦୁଇଚକିଆ ଯାତାଯାତରେ ବ୍ୟାପକ ପ୍ରଭାବ ପଡ଼ୁଛି।ଘନ କୁହୁଡିରେ ଅଚଳ ହେଉଛି ଯାତାଯାତପୁଆଁରୁ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ରାସ୍ତାଘାଟରେ ଦୃଶ୍ୟତା ହ୍ରାସ ପାଇଛି। ଯାତ୍ରୀବାହୀ ଗାଡ଼ି, ବସ୍ ଓ ଦୁଇଚକିଆ ଯାତାଯାତରେ ବ୍ୟାପକ ପ୍ରଭାବ ପଡ଼ୁଛି।ଉତ୍ତର–ପଶ୍ଚିମ ଥଣ୍ଡା ବାୟୁର ପ୍ରଭାବପାଣିପାଗ ବିଭାଗ ଅନୁସାରେ, ଉତ୍ତର–ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କ ବାତାସର ପ୍ରଭାବରେ ତାପମାତ୍ରା ନିରନ୍ତର ହ୍ରାସ ପାଉଛି।
ଗ୍ରାମାଞ୍ଚଳରେ ବଢ଼ିଛି ହାଡ଼ଭଙ୍ଗା ଶୀତଶିମିଳିପାଳ ଏବଂ ପାଦଦେଶର ଗ୍ରାମଗୁଡ଼ିକରେ ବିଶେଷକରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଲୋକମାନେ ଶୀତରୁ ବଞ୍ଚିବା ପାଇଁ ଘର ଆଗରେ ନିଆଁ ଜାଳି ପୋଉଁଥିବା ଦୃଶ୍ୟ ସାଧାରଣ।ପାଣିପାଗ ବିଭାଗର ପୂର୍ବାଭାସ ଅନୁସାରେ, ଆଗାମୀ କିଛିଦିନ ଧରି ଶୀତ ଲହରୀ ଏଭଳି ଜାରି ରହିବାର ସମ୍ଭାବନା ରହିଛି।

