ନ୍ୟୁଜ ଡେକ୍ସ: ସୋମବାରଠାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜି ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରୀ ରହିଛି ।
ଫୁଲବାଣୀରେ ୮ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୮.୫, କୋରାପୁଟରେ ୯.୪, ରାଉରକେଲାରେ ୯.୫, ନବରଙ୍ଗପୁର, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୯.୮, କେନ୍ଦୁଝରରେ ୧୦.୮ ଓ ବଲାଙ୍ଗିରରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେପଟେ ଆଜିଠାରୁ ଶୀତର ପ୍ରକୋପ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭଅଗ । ପୁଣି ଉପରମୁହାଁ ହେବ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପରିମାଣର ମଧ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ୭ଦିନ ଯାଏଁ ଏଭଳି ପାଗ ଲାଗି ରହିବ ।
ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି । ସେହିପରି ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ ଶୀତ କମିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ବଢିବ ।