Mon. Feb 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶୀଘ୍ର ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ଅନ୍ତର୍ଗତ ଏହି ସୁବିଧା ଯୋଗାଇ ଦିଆଯିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାକୁ ନେଇ ପରିବହନ ବିଭାଗ ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସ୍କୁଲ ଡ୍ରପ୍‌ଆଉଟ୍‌ ହାର କମେଇବା ଏବଂ ଛାତ୍ରଛାତ୍ରୀଙ୍କୁ ନିୟମିତ ଶିକ୍ଷାରେ ଆଣିବା। ଉଭୟ ଏସି ଓ ନନ୍‌ଏସି ବସ୍‌ରେ ଏହି ମାଗଣା ଯାତ୍ରା ସୁବିଧା ଲାଗୁ ହେବ।ତେବେ ବସ୍‌ରେ ଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ ଅବଶ୍ୟ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ସହ ନିଜ ଆଇକାର୍ଡ ପ୍ରଦର୍ଶନ କରିବାକୁ ପଡିବ। ଏହା ସହିତ OSRTC ପକ୍ଷରୁ ବର୍ତ୍ତମାନ ଚାଲୁଥିବା ବସ୍‌ ରୁଟ୍‌ ଓ ଟାଇମିଂରେ ସଂଶୋଧନ କରାଯିବ।

ସଂଶୋଧିତ ରୁଟ୍‌ରେ ସର୍ବାଧିକ ସ୍କୁଲ ଥିବା ରାସ୍ତାଗୁଡ଼ିକୁ ସାମିଲ କରାଯିବ।ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାବକ ଓ ଶିକ୍ଷାଜଗତରେ ସ୍ୱାଗତ କରାଯାଉଛି। ଏହା ଦ୍ୱାରା ଗ୍ରାମୀଣ ଓ ସହର ଅଞ୍ଚଳର ଅନେକ ପିଲା ଶିକ୍ଷାର ସୁଯୋଗରୁ ବଞ୍ଚିତ ହେବେ ନାହିଁ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *