Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଜି ସମଗ୍ର ରାଜ୍ୟରେ ପବିତ୍ର ବିଜୟାଦଶମୀ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଦଶହରାକୁ ନେଇ ଗାଁରୁ ସହର, ପଣ୍ଡାଳରୁ ପୀଠ ସବୁଠି ଉତ୍ସବମୂଖର ପରିବେଶ ବ୍ୟାପିଥିବା ଦେଖାଯାଇଛି।ଦେଶାଜ ରୀତିନୀତି, ଚଣ୍ଡିପାଠ ଓ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ସହିତ ଜଗଜ୍ଜନନୀ ମାଆ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ପରିବାର, ସମ୍ପ୍ରଦାୟ ଓ ସାମାଜିକ ସ୍ତରରେ ମଧ୍ୟ ଏହି ପର୍ବକୁ ଉତ୍ସାହରେ ପାଳନ କରାଯାଉଛି।ଅନ୍ୟପଟେ, ପୁରୀର ଶ୍ରୀମନ୍ଦିରରେ ଆଜି ବିଜୟାଦଶମୀ ଅବସରରେ ଶ୍ରୀଜୀଉମାନଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନଲାଗି ଅନୁଷ୍ଠିତ ହେବା ସହ ନୂଆଲୁଗା ଲାଗି କରାଯିବ । ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯିବ ।ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ।

ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ।ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ।

Leave a Reply

Your email address will not be published. Required fields are marked *