Mon. Dec 23rd, 2024

ନ୍ୟୁଜ ଡେକ୍ସ: ପାଗ କୋହଲା ଓ ମେଘୁଆ ରହିବ। କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଏମିତି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବଡ଼ ବର୍ଷା ସମ୍ଭାବନା କମ୍ ରହିଛି । ମାତ୍ର ଯେତିକି ବି ବର୍ଷା ହେବ, ତାହାକୁ ନେଇ ଚାଷୀ ମନରେ ଆଶଙ୍କା ବଢ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଆଜି ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଲାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ଘଟିବ। ଫଳରେ ୨୨ ପରେ ପୁଣି ଥରେ ଶୀତ ଲେଉଟିବ। ଆଉ ବର୍ଷା ସମ୍ଭାବନା ନାହିଁ । ମାତ୍ର ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ । ୩ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ। ରାଜ୍ୟରେ ବର୍ତ୍ତମାନ କୋହଲା ପାଗ ଯୋଗୁ ଦିନ ତାପମାତ୍ରା କମିଛି ।

ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୬ରୁ ୨୮ ଡିଗ୍ରୀ ସେଲସିୟସ୍ ପାଖାପାଖି ଥିଲା । ରାତି ତାପମାତ୍ରା ସାମାନ୍ୟ ବଢ଼ିଥିବାରୁ ଶୀତ ପ୍ରକୋପ କମିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ୍ ଥିଲା ବୁଧବାର ରାତିରେ, ଯାହାକି ରାଜ୍ୟରେ ସବୁଠାରୁ କମ୍ । ଝାରସୁଗୁଡ଼ା ସର୍ବନିମ୍ନ ତାପମାତ୍ରା ୧୦.୪, ସୁନ୍ଦରଗଡ଼ ୧୦.୫, ଫୁଲବାଣୀ ୧୨.୫, ଦାରିଙ୍ଗିବାଡ଼ି ୧୩.୫, କେନ୍ଦୁଝର ୧୩.୮, ନବରଙ୍ଗପୁର ୧୪, ବାରିପଦା ୧୪, ନୂଆପଡ଼ା ୧୪.୪, ସମ୍ବଲପୁର ୧୪.୫, ଅନୁଗୁଳ ୧୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *