ନ୍ୟୁଜ ଡେକ୍ସ: ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ବାଲେଶ୍ବର ଏବଂ ମୟୂରଭଞ୍ଜ ସମ୍ପୁର୍ଣ୍ଣ ଜଳମଗ୍ନ ରହିଛି । ସେହିପରି ଦଶରଥପୁରରେ ବିପଦ ସଙ୍କେତ ଡେଇଁଛି ବ୍ରାହ୍ମଣୀ ।ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଡରାଇଛି ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ରାଜ୍ୟରେ 3ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଜୁଲାଇ ୨-୫-୬ରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଏକ ଅରେଞ୍ଜ ସତର୍କତା ଜାରି କରିଛି।
ସେହିପରି ଜୁଲାଇ ୨ରେ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୩୫-୪୫ କିମି ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
