Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ପାରମ୍ପରିକ କଳାକାରମାନଙ୍କ ପାଇଁ ନୂଆବର୍ଷ ପୂର୍ବସନ୍ଧ୍ୟାରେ ବଡ଼ ଖୁସିର ଖବର ମିଳିଛି। ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ସହାୟତା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଗତ ମାସିକ ଭତ୍ତାକୁ ଆରୋପ୍ରାନ୍ତିକ ଭାବେ ବଢ଼ାଯାଇଛି।

ରବିବାର କେନ୍ଦୁଝରର ପାର୍କଲେନଠାରେ ଆୟୋଜିତ ୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ନୂଆ ନିଷ୍ପତ୍ତି ଅନୁଯାୟୀ, ୪୦ରୁ ୮୦ ବର୍ଷ ବୟସ୍କ କଳାକାରମାନଙ୍କ ମାସିକ ଭତ୍ତା ୨୦୦୦ ଟଙ୍କାରୁ ବୃଦ୍ଧି ପାଇ ୩୦୦୦ ଟଙ୍କା କରାଯାଇଛି।ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ କଳାକାରମାନଙ୍କ ପାଇଁ ମାସିକ ଭତ୍ତା ୨୫୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା କରାଯାଇଛି।

ଏହି ଭତ୍ତା ବୃଦ୍ଧି ଫଳରେ ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାରବର୍ଗ ସିଧାସଳଖ ଭାବେ ଉପକୃତ ହେବେ।ପୂର୍ବରୁ କଳାକାରମାନଙ୍କୁ ମାସିକ ୨ ହଜାର ଟଙ୍କା ସହାୟତା ଭତ୍ତା ମିଳୁଥିଲା। ଓଡ଼ିଆ ଅସ୍ମିତାର ସୁରକ୍ଷା, ପାରମ୍ପରିକ କଳାର ସଂରକ୍ଷଣ ଏବଂ ପ୍ରଚାର-ପ୍ରସାରରେ ଅବଦାନ ରଖୁଥିବା କଳାକାରମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *