Thu. Oct 23rd, 2025

ନ୍ୟୁଜ ଡେକ୍ସ: 10ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି । ଛୁଆଙ୍କ ସହିତ ଧୋକା- 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ ଯୋଜନା ଠିକ୍ ନଥିଲା । ପିଲାମାନଙ୍କର ଭବିଷ୍ୟତ ସହିତ ଧୋକା ହୋଇଛି । ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ୍‌ ହୋଇ ନ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍‌ ନଥିଲା ।

ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ଏଷ୍ଟିମେଟ୍‌ ହୋଇ ନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଖେଳା ଯାଇଥିଲା । ତେଣୁ ନୂଆ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ। ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତ । ଗୋଟିଏ ଆଦର୍ଶ ବିଦ୍ୟାଳୟ ଲାଗି ୪ରୁ ୫ କୋଟି ଖର୍ଚ୍ଚ ହେବ। ପ୍ରତି ଉଚ୍ଚ ବିଦ୍ୟାଳୟକୁ ସୁଦୃଢ଼ କରାଯିବ। ସ୍ମାର୍ଟ ବିଦ୍ୟାଳୟ ପାଇଁ ପ୍ରାଥମିକ ବିଦ୍ୟାଳୟ ଫିଡର ସ୍କୁଲ୍ ରହିବ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ।

୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ। ନୂତନ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର । ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦ ପ୍ରତିଶତ ଛାଡ଼ ହେବ । ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବୁ । ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବୁ । ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍‌ରେ ରିହାତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *