ନ୍ୟୁଜ ଡେକ୍ସ: ରାଜ୍ୟରେ ଏବେ ଚାଲିଛି ରଙ୍ଗ ବୋଳା ରାଜନୀତି। ଏକଥା ଆମେ କହୁନାହୁଁ, ବରଂ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏପରି କିଛି କାର୍ଯ୍ୟ କରୁଛି ଯାହାକ ବିରୋଧୀ କଟାକ୍ଷ କରି ଏପରି କହୁଛନ୍ତି। ହେଲେ ସାଧାରଣରେ ଏବେ ଚର୍ଚ୍ଚା ହେଉଛି କି, ଏବେ ବିଜୁ ବାବୁଙ୍କ ପାଳି ପଡିଛି।
ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ଏହା ସବୁଜ ରଙ୍ଗର ଥିବାବେଳେ ବର୍ତ୍ତମାନ ଏହାକୁ ଗୋଲ୍ଡେନ ହଳଦିଆ ରଙ୍ଗ କରି ଦିଆଯାଇଛି। ତେବେ ଏହିପରି ରଙ୍ଗ ପରିବର୍ତ୍ତନ କିଏ ଓ କାହିଁକି କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ବିଜୁବାବୁଙ୍କର ଏହି ପ୍ରତିମୂର୍ତ୍ତିର ରଙ୍ଗ କିଏ କାହିଁକି ବଦଳେଇଲା ତାହା ସ୍ପଷ୍ଟ ହୋଇନାହିଁ। କୌଣସି କର୍ତ୍ତୃପକ୍ଷ ରଙ୍ଗ ବଦଳାଇଥିବା ବିଷୟ ମାନୁ ନାହାଁନ୍ତି।
କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ କଥା ଆହୁରି ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି- ବିଜୁଙ୍କ ପ୍ରତିମୂର୍ତ୍ତର ରଙ୍ଗ ବଦଳାଇବାକୁ ଜିଲ୍ଲା ପ୍ରଶାସନ କାହାରିକୁ ନିର୍ଦ୍ଦେଶ ଦେଇନି। ସରକାରଙ୍କ ତରଫରୁ ମଧ୍ୟ ସେପରି କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଏ ସଂପର୍କରେ ତଦନ୍ତ କରାଯିବ।
