Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ରାଉରକେଲାରେ ରାତି ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ୍କୁ ଖସିଛି । ୨୬ଟି ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ଆଗକୁ ଶୀତ ଆହୁରି ବଢ଼ିବ । ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବ ।

ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଏହାର ଆଖପାଖ ଅଞ୍ଚଳ ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ କାଠ ଜାଳି ନିଆଁ ପୁଉଁଛନ୍ତି। ଶିମିଳିପାଳର ବିଭିନ୍ୟ ସ୍ଥାନରେ ଆଜିର ତାପମାତ୍ରା ହ୍ରାସ ପାଇଛି। ଉପର ବାରାକାମୁଡ଼ାରେ ତିନି ଡିଗ୍ରୀ, ନଅଣାରେ ପାଞ୍ଚ, ଚହଲାରେ ୪, ଗୁରିଗୁଡ଼ିଆରେ ୬, ବରେହିପାଣି ୬ ଏବଂ ରlମତିର୍ଥ ଠାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।

କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ରହିଛି ରାଜ୍ୟର ଅନେକ ସହର । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *